ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୭ମୃତ

ନୂଆଦିଲ୍ଲୀ,୧୩/୧୨: ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିଥିବା କାରଣରୁ ପ୍ରବଳ ଧୂଆଁ ବାହାରିଥିଲା ଫଳରେ ଡାକ୍ତରଖାନା ଲିଫ୍ଟରେ ଅନେକ ଲୋକ ଅଚେତ ଅବସ୍ଥାରେ ପଡିରହିଥିଲେ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିଲେ । ସୂଚନା ଅନୁସାରେ ୨୫ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ରାତି ୯ଟାରେ ଏହି ଘଟଣା ଘଟିଥିଲା । ତ୍ରିଚି ରୋଡ୍ ରେ ଥିବା ଅର୍ଥୋପେଡିକ୍ କେୟାର ସିଟି ହସ୍ପିଟାଲର ରିସେପସନ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ପୂରା କୋଠାକୁ ବ୍ୟାପିଯାଇଥିଲା। ଘଟଣା ସମୟରେ ହସ୍ପିଟାଲରେ ୩୦ରୁ ଅଧିକ ରୋଗୀ ଥିଲେ। ଅଗ୍ନିକାଣ୍ଡ ଖବର ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୦ଟି ଆମ୍ବୁଲାନ୍ସରେ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ କହିଛି ଯେ ଲିଫ୍ଟରେ ଥିବା ସମସ୍ତ ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସର୍ଟସର୍କିଟ ପରେ ନିଆଁ ଲାଗିଥିବା ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏହି ଅଭାବନୀୟ ଘଟଣାର ତଦନ୍ତ ଚାଲିଛି ।