କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୩/୦୬: କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ରହିଛନ୍ତି । କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଅଟାଳିକାରେ ଅଗ୍ନିକାଣ୍ଡ ଘଟିିଥିଲା। ଏକ କମ୍ପାନୀ ପାଇଁ କାମ କରୁଥିବା ପ୍ରାୟ ୧୬୦ ଶ୍ରମିକ ଏଠାରେ ରହୁଥିଲେ ।ତେବେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏହାସହ ମୃତକଙ୍କ ପରିବାରଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୋଦୀ ସରକାର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସ୍ଥାନୀୟ ପୁଲିସର ସୂଚନା ଅନୁସାରେ କୋଠାରେ ଯେତିକି ଲୋକ ରହିବା କଥା ତାଠୁ ଅଧିକ ରହୁଥିଲେ ।