ରସୁଲଗଡ଼ରେ ଚଳନ୍ତା କାରରେ ଲାଗିଲା ନିଆଁ

ଭୁ‌ବନେଶ୍ବର,୧୧/୧୨: ଚଳନ୍ତା କାରରେ ଲାଗିଲା ନିଆଁ ।  ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖସିର କଥା ହେଲା ଦୁର୍ଘଟଣାଗ୍ରସ୍ତ କାରର ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ ରସୁଲଗଡ଼ ଉପର ଦେଇ ଯାଉଥିବା ଏକ ଚଳନ୍ତା କାରରେ ଆଜି ଅପରାହ୍ଣରେ ହଠାତ୍ ଲାଗିଛି ନିଆଁ ଲାଗିଯାଇଥିଲା। କାରଟି ଗଡୁଥିବା ବେଳେ ଗାଡ଼ି ଭିତରେ ଅଚାନକ ନିଆଁ ଲାଗିବା ସହ ଧୂଆଁ ହେଉଥିବା ଦେଖିବାକୁ ପାଇଥିଲେ ଗାଡ଼ିରେ ବସିଥିବା ବ୍ୟକ୍ତି। ଏହା ପରେ ସେ ଓ ଅନ୍ୟମାନେ ସଙ୍ଗେ ସଙ୍ଗେ ଗାଡ଼ି ଭିତରୁ ବାହାରି ଆସିଥିଲେ। କିନ୍ତୁ ଅଳ୍ପ କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।