କାରରେ ବ୍ରେକ ମାରିବା କ୍ଷଣି ଲାଗିଗଲା ନିଆଁ, ଦୁଇ ମୃତ

ନୂଆଦିଲ୍ଲୀ,୨୫/୧୧: ଦିଲ୍ଲୀ ସ୍ଥିତ ନୋଇଡା ଅଞ୍ଚଳର ଆମ୍ରପାଲି ପ୍ଲାଟିନମ୍ ପାଖରେ ଏକ ସ୍ୱିଫ୍ଟ କାରର ବ୍ରେକ ମାରିବା କ୍ଷଣି କାରରେ ନିଆଁ ଲାଗିଗଲା । ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଥିଲା । ନିଆଁ ଏତେ ଭୀଷଣ ଓ ଆଖିପିଛୁଳାକେ କାର ଭିରତରେ ବ୍ୟପୀଥିଲା ଯେ , ସେଥିରେ ବସିଥିବା ଦୁଇ ବ୍ୟକ୍ତି କାରରୁ ବାହାରିବାକୁ ସମୟ ପାଇନଥିଲେ । ଫଳରେ ପୋଡିଯାଇ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ଲୋକେ ଦେଖିବା ପରେ ଫାୟାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଫାୟାର ବ୍ରିଗେଡ ଆସି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା । କାର ଖୋଲି ଦୁଇଜଣଙ୍କ ମୃତ ଦେହ ବାହାର କରିଥିଲା । ଏବେ ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୁଲିସ । ଏବଂ କାରରେ ନିଆଁ ଲାଗିଥିବା ପଛର କାରଣ ମଧ୍ୟ ଖୋଜୁଛି ପୁଲିସ ।