କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ

କଟକ,୨୯/୦୯: କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ । ବିଲ୍ଡିଂର ୩ଟି ମହଲାରେ ନିଆଁ ଲାଗିଛି । ତଳ ମହଲାରୁ ଉପର ମହଲାକୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ୩ଘଣ୍ଟା ପରେ ବି ନିଆଁ ଆୟତ୍ତ ହୋଇପାରୁନି । ପ୍ରବଳ ଧୂଆଁ ଯୋଗୁଁ ଦମକଳ ବାହିନୀ ନାକେଦମ୍ । ନିଆଁରେ କୋଟିଏରୁ ଅଧିକ ଟଙ୍କାର ଲୁଗା ଜଳିଗଲାଣି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।