ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୧୦ ମୃତ ଘଟଣା, ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା

ନୂଆଦିଲ୍ଲୀ,୧/୮: ମଧ୍ୟପ୍ରଦେଶ ଡାକ୍ତରଖାନା ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ଏହାସହମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି । ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜବଲପୁର ଏସପି ଅଖିଲେଶ ଗୌର କହିଛନ୍ତି, ଡାକ୍ତରଖାନାରେ ସର୍ଟସର୍କିଟରୁ ଏହି ଅଘଟଣ ଘଟିଛି । ଗ୍ରାଉଣ୍ଡ ଫ୍ଲୋରରୁ ତୃତୀୟ ମହଲାକୁ ଏହା ବ୍ୟାପିଯାଇଥିଲା । ସେଠାରୁ ଅନ୍ୟ ରୋଗୀଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।