ବାଂଲାଦେଶରେ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ, ୫ମୃତ

ନୂଆଦିଲ୍ଲୀ,୬/୦୧: ବାଂଲାଦେଶରେ ଅଭାବନୀୟ ଘଟଣା। ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି  ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୪ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ଟ୍ରେନଟି ଜେସୋର ସହରରୁ ରାଜଧାନୀ ଢାକାକୁ ଆସୁଥିବା ବେଳେ ଏଭି ଅଘଟଣ ଘଟିଛି । ଆସନ୍ତାକାଲି ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ବିରୋଧି ଦଳ ନିର୍ବାଚନକୁ ବର୍ଜନ କରିଥିବା ବେଳେ ଦେଶରେ ଅସ୍ଥିରତା ଦେଖାଦେଇଛି । ଏଭଳି ସ୍ଥିତିରେ ଟ୍ରେନରେ ନିଆଁ ଲାଗିବା ବିରୋଧୀ ଦଳଙ୍କ ଷଡଯନ୍ତ୍ର ବୋଲି ଆଶଙ୍କା କରିଛନ୍ତି ବାଂଲାଦେଶ ସରକାର ।