ମେମୁ ପାସେଞ୍ଜର ଟ୍ରେନ୍‌ର ପଛ ବଗିରେ ନିଆଁ

ଭୁବନେଶ୍ୱର,୨୦/୧୦: ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନ୍‌ର ପଛ ବଗିରେ ନିଆଁ ଲାଗିଛି। ପାଇଲଟ ଜରୁରୀକାଳୀନ ବ୍ରେକ୍‌ ଦେବା ପରେ ବାହାନଗା ଷ୍ଟେସନରେ ରେଳ କର୍ମଚାରୀ ନିଆଁକୁ ନିଆଁ ଲିଭା ଗ୍ୟାସ୍‌ରେ ଲିଭାଇ ନିଆଁକୁ ଆୟତ କରିଛନ୍ତି। ଫଳରେ ଟ୍ରେନ୍‌ରେ ଥିବା ପ୍ରାୟ ୭୦୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁ ବଗି ନିଆଁ ଲାଗିଥିଲା, ଏଥିରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।

ସୂଚନାଯୋଗ୍ୟ ଯେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନ ଥିବା ଜଣାପଡ଼ିଛି ଓ ଟ୍ରେନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଏବେ ମଧ୍ୟ ଟ୍ରେନ୍‌ଟି ଷ୍ଟେସନରେ ଅଟକି ରହିଛି। ଟ୍ରେନ୍‌ ଚକ ଘଷି ହୋଇ ସେଥିରୁ ନିଆଁ ବାହାରି ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା ବୋଲି କୁହାଯାଉଛି।