ଖରା ଦିନ ଆରମ୍ଭ ନହେଉଣୁ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

ଭୁବନେଶ୍ୱର,୧୫/୨: ଖରା ଦିନ ଆରମ୍ଭ ନହେଉଣୁ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଶିମିଳିପାଳ ଉପରମୁଣ୍ଡ ମାଣିକପୁର ଅଞ୍ଚଳରେ କିଛି ଦିନ ହେଲା ନିଆଁ ଲାଗିଥିବା ବେଳେ ଏପର୍ଯନ୍ତ ନିଆଁକୁ ଆୟତ କରାଯାଇନି । ନିଆଁଲାଗି ବିଭିନ୍ନ ଔଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ପୁଣି ଜଳୁଛି ଶିମିଳିପାଳ ଜଙ୍ଗଲ । ନିଆଁ ବଢି ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି । ଏବେଠାରୁ ନିଆଁକୁ ଆୟତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ । ପ୍ରତିବର୍ଷ ଏହିଭଳି ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ ହେଉଛି । ଚଳିତବର୍ଷ ମଧ୍ୟ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି ।