ନୂଆଦିଲ୍ଲୀ,୩୦/୦୪: କୋଲକାତାରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଲକାତାର ମେଛୁଆପତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାତ ହୋଟେଲ ନିଆଁ ଲାଗିଥିବା ଜଣାପଡିଛି । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟରେ NDRF ଓ ଦମକଳ ବାହିନୀ ଲାଗିପଡିଛନ୍ତି । ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।