ଚିଲିକା ନଳବଣରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ୱର,୨୨/୪: ଚିଲିକା ନଳବଣରେ ଅଗ୍ନିକାଣ୍ଡ।  ଏକର ଏକର ନଳ ବଣ ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି। ବିପଦରେ ଚିଲିକାରେ ଥିବା ବିରଳ ଫିସିଙ୍ଗ୍ କ୍ୟାଟ୍ ଜୀବନ। ମାଛ ଧରିବା ପାଇଁ ମାଫିଆମାନେ ନଳ ବଣରେ ନିଆଁ ଲଗାଇ ଦେଉଥିବା ସନ୍ଦେହ କରାଯାଉଛି। ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ସୂଚନା ମୁତାବକ, ଗତକାଲି ଠାରୁ ଚିଲିକାର କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଛି। ପବନ ଜୋରରେ ବହୁ ଥିବାରୁ ନିଆଁର ପ୍ରକୋପ ଜୋରରେ ବଢିବାରେ ଲାଗିଛି। କୂଳକୁ ମତ୍ସ୍ୟଜୀବି ମାନଙ୍କୁ ଆସିବାରେ ସମସ୍ୟା ଦେଖାଦେଇଛି। ନିଆଁର ପ୍ରକୋପ ଏତେ ମାତ୍ରାରେ ଦେଖିବାକୁ ମିଳୁଛି ଯେ ୧‍୦୦ ମିଟର ପର୍ୟ୍ୟନ୍ତ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଖରା ଦିନ ହୋଇଥିବାରୁ ନଳ ଘାସ ଗୁଡିକ ଶୁଖିଲା ଅଛି।ତେଣୁ ଆହୁରି ଅଧିକରୁ ଅଧିକ ନିଆଁ ବ୍ୟାପିବାରେ ସମ୍ଭାବନା ସୃଷ୍ଟି ହୋଇଛି।