କଟକରେ ରାସ୍ତା ଉପରେ ଜଳିଗଲା ବସ୍, କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୭/୪:  ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବସ୍ । କଟକ ଲିଙ୍କ ରୋଡ ଛକରେ ଏପରି ଘଟଣା ଘଟିଛି। ବସର ସିଟ୍ ଲେଦର ଓ କପଡାରେ ହୋଇଥିବାରୁ ନିଆଁ ଲାଗି ଖୁବ ଜୋରରେ ଜଳୁଛି ବସ୍ । ବସଟି କିଛି ଦିନ ହେଲା ଛକରେ ରଖାଯାଇଥଲା । ଏହା ନିୟମିତ ଭାବେ କଟକରୁ ବରଗଡ ଯିବା ଆସିବା କରୁଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତରେ ଲାଗିଛି। ବସ ରେ ଲାଗିଥିବା ନିଆଁ ର କାରଣ ଅସ୍ପଷ୍ଟ ରହିଛି।