ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ଭୁବନେଶ୍ୱର,୧୯/୪: ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ପୋଡଡିହା ରେଂଜର ଅନନ୍ତପୁର ଓ ଉଦଳା ରେଂଜର ମାଣିକପୁର ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ଶିମିଳିପାଳ ପାହାଡର ଉପର ମୁଣ୍ଡରେ ଏହି ନିଆଁ ଲାଗିଥିବା ବେଳେ ପୁରା ପରିବେଶ ଧୂଆଁମୟ ହୋଇଯାଇଛି । ଧୀରେ ଧୀରେ ଏହି ନିଆଁ ଚାରିଆଡ଼େ ବ୍ୟାପିବାକୁ ଲାଗିଛି । ପାହାଡ଼ରେ ଥିବା ମୁଲ୍ୟବାନ ଗଛ ନଷ୍ଟ ହେବାର ଆଶଙ୍କା ରହିଛି । ସୂଚାନଯୋଗ୍ୟ ଯେ ଗତବର୍ଷ ଏହି ଦୁଇଟି ରେଂଜରେ ନିଆଁ ଲାଗି ବ୍ୟାପକ ବୃକ୍ଷଲତା ଜଳିପୋଡ଼ି ନଷ୍ଟ ହୋଇଥିଲା ।