ସିନେମା ହଲ୍‌ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭/୪: ଦିଲ୍ଲୀ ସ୍ଥିତ ‘ଉପହାର’ ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ୫ ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୧୯୯୭ ମସିହାରେ ଉପହାର ସିନେମା ହଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୫୯ ଜଣ ପ୍ରାଣ ହରାଇଥିଲେ। ସେହି ଦିନଠାରୁ ହଲ୍ ବନ୍ଦ ରହିଛି।