ଜଳିଗଲା ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଘରୋଇ ବସ୍‌

ଭୁବନେଶ୍ୱର, ୯/୨: ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ପାଇକରାଓ ପେଟାରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଘରୋଇ ବସ୍‌ ଜଳିଯାଇଛି। କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଡ଼ିଆ ଶ୍ରମିକ। ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଓଡ଼ିଶାରୁ ପୂର୍ବ ଗୋଦାବରୀ ଜିଲ୍ଲାର ଜଗାମପେଟକୁ ଯାଉଥିଲା ବସ୍‌ ।