ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ସ୍ଥଗିତ କଲେ ହାଇକୋର୍ଟ

ଭୁବନେଶ୍ୱର, ୧୩/୧୨: ହାଇକୋର୍ଟରେ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଶୁଣାଣି ହୋଇଛି। ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୨୭ଟି ବିଭାଗରେ ପୁନଃ ମୂଲ୍ୟାୟନ ପାଇଁ ନିର୍ଦେଶ ହୋଇଛି । ଜାନୁଆରି ୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ ଯେ ୨୦୨୨ ଜାନୁଆରୀ ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।