ସଞ୍ଜୀବ ମେହେଟା ହେଲେ ୨୦୨୧-୨୨ ବର୍ଷ ପାଇଁ FICCIର ନୂଆ ସଭାପତି

ଭୁବନେଶ୍ୱର, ୧୮/୧୨: ୨୦୨୧-୨୨ ବର୍ଷ ପାଇଁ FICCIର ନୂଆ ସଭାପତି ହୋଇଛନ୍ତି ସଞ୍ଜୀବ ମେହେଟା। ସେହିପରି IMFAର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହୋଇଛନ୍ତି ବରିଷ୍ଠ ଉପସଭାପତି ଓ ଡ. ଅନୀଶ ଶାହା FICCIର ଉପସଭାପତି ହୋଇଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ବାର୍ଷିକ କନଭେନସନ୍‌ରେ ସମସ୍ତେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ କନଭେନସନକୁ ଉଦ୍‌ଘାଟନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା।