ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌ ୨୦୨୩, ବିଜୟିନୀ ହେଲେ ରାଜସ୍ଥାନର ନନ୍ଦିନୀ ଗୁପ୍ତା

ଭୁବନେଶ୍ୱର,୧୬/୪: ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ପ୍ରତିଯୋଗିତା। ଏଥିରେ ‘ଗ୍ରାଣ୍ଡ୍‌ ଫିନାଲେ’ରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା  ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ବିଜୟିନୀ ହୋଇଛନ୍ତି।ରାଜସ୍ଥାନ ଅନ୍ତର୍ଗତ କୋଟା ବାସିନ୍ଦା ୧୯ ବର୍ଷୀୟ ନନ୍ଦିନୀ ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ଡିଗ୍ରି ହାସଲ୍‌ କରିଛନ୍ତି।

ସେହିପରି, ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୂନ୍‌ଜା ପ୍ରଥମ ରନର୍‌-ଅପ୍‌ ହୋଇଥିବା ବେଳେ ମଣିପୁରର ଥୌନାଓଜାମ୍‌ ସ୍ତ୍ରେଲା ଲୁୱାଙ୍ଗ୍‌ ଦ୍ବିତୀୟ ରନର୍‌-ଅପ୍‌ ହୋଇଛନ୍ତି।