ଆସନ୍ତାକାଲି ଠାରୁ ସବୁ ଟୋଲ୍ ଗେଟରେ ଫାଶଟ୍ୟାଗ୍ ବାଧ୍ୟତାମୂଳକ

ଭୁବନେଶ୍ୱର, ୧୪/୨: ଆସନ୍ତା କାଲି ରାତି ୧୨ଟାରୁ ସବୁ ଟୋଲ୍ ଗେଟ୍ ରେ ଫାଶଟ୍ୟାଗ୍ ବାଧ୍ୟତାମୂଳକ ହେବ। ଫାଶ ଟ୍ୟାଗ୍ ନଥିଲେ ଦୁଇ ଗୁଣା ଟୋଲ୍ ଆଦାୟ ହେବ। ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଜାନୁଆରୀ ପହିଲାରୁ ଫାଶଟ୍ୟାଗ୍ ବାଧ୍ୟତାମୂଳକ କରିଥିଲା NHAI। ପରେ ଡେଡ୍‌ଲାଇନ୍ ଦେଢ଼ ମାସ ଯାଏଁ ବୃଦ୍ଧି କରାଯାଇଥିଲା।