ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି

ଭୁବନେଶ୍ୱର, ୨୬/୧: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ମାନେ ଟ୍ରାକ୍ଟର ରାଲି କରିଛନ୍ତି। ସେଠାରେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ସୀମା ଭିତରକୁ ରାଲି କରି ଯିବାବେଳେ ଚାଷୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହାସହ ସିନ୍ଧୁ ଏବଂ ଟିକ୍ରି ସୀମାରେ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି ଆନ୍ଦୋଳନରତ ଚାଷୀ ।

ଟ୍ରାକ୍ଟର ରାଲିରେ ଯାଇ ଲାଲକିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ । ବ୍ୟାରିକେଡ ଭାଙ୍ଗି ଲାଲକିଲାରେ ଚଢ଼ିଲେ ଆନ୍ଦୋଳନରତ ଚାଷୀ । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଲାଠିମାଡ଼ ମଧ୍ୟ କରିଛି।