ଚାଷୀଙ୍କଠୁ ଧାନ ସଂଗ୍ରହ ପ୍ରକ୍ରିୟା ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ୱର,୧୫/୧୦: ଚାଷୀଙ୍କଠୁ ଧାନ ସଂଗ୍ରହ ପ୍ରକ୍ରିୟାରେ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଂଟନ କରାଯାଇଛି । ଓଡ଼ିଶା ଇତିହାସରେ ଏମିତି ପ୍ରଥମଥର ହୋଇଛି । ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଅବା ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହି ସରକାରଙ୍କ ନିମନ୍ତେ ଏକକ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରିବେ । ଏହାସହିତ ଚଳିତ ଖରିଫ ଋତୁରୁ ଧାନ ବିକ୍ରିବେଳେ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଚାଷୀମାନଙ୍କ ଟୋକନ୍ ଅବଧିକୁ ଜିଲ୍ଲାପାଳମାନେ ମଧ୍ୟ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ବିଗତ ଦିନରେ ଚାଲିଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *