କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କଣ?

ନୂଆଦିଲ୍ଲୀ,୨/୦୯: ଆଜି କେନ୍ଦ୍ର କ୍ୟାବିନେଟରେ ୭ ବଡ଼ ନିଷ୍ପତ୍ତି ନିଆଯାଇଛି। କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର  କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଡିଜିଟାଲ କୃଷି, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ନିୟମିତ ଫାର୍ମିଂ ଭଳି କୃଷି ସହ ଜଡ଼ିତ କାର୍ଯ୍ୟକ୍ରମକୁ କ୍ୟାବିନେଟ ଅନୁମତି ମିଳିଛି।

ଡିଜିଟାଲ କୃଷି ମିଶନ ପାଇଁ ୨,୯୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଟେକ୍ନୋଲୋଜିର ବ୍ୟବହାର କରି ଚାଷ ଜମିର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ।

ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ କ୍ରପ ସାଇନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଛି। ଏଥିପାଇଁ ୩,୯୭୯ କୋଟି ଟଙ୍କା ଖର୍ଚ୍ଚ ହେବ। କୃଷି ଶିକ୍ଷା, ପରିଚାଳନା ଓ ସାମାଜିକ ବିଜ୍ଞାନ ପାଇଁ ୨୨୯୧ କୋଟି ଟଙ୍କା ଖର୍ଚ୍ଚ ହେବ। ପଶୁଧନର ପରିପୋଷଣୀୟ ସ୍ୱାସ୍ଥ୍ୟ ଓ ଉତ୍ପାଦନ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ ୧୭୦୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।ଉଦ୍ୟାନ କୃଷିର ବିକାଶ ପାଇଁ ୮୬୦ କୋଟି ଟଙ୍କା, କୃଷି ବିଜ୍ଞାନ କେନ୍ଦ୍ରକୁ ଅଧିକ ସଶକ୍ତ କରିବା ପାଇଁ ୧୨୦୨ କୋଟି ଓ ପ୍ରାକୃତି ସମ୍ପଦର ପରିଚାଳନା ପାଇଁ ୧୧୧୫ କୋଟି ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।

Leave a Reply

Your email address will not be published. Required fields are marked *