କୃଷି ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ, ୭/୧୨: କେନ୍ଦ୍ର କୃଷି ଆଇନ ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେହି ସମ୍ମିଳନୀରେ କୃଷି ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ମଣ୍ଡି ଓ MSP ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ, କୃଷକଙ୍କ ଜମି ବିକ୍ରି ହେବନାହିଁ କି ବନ୍ଧକ ରଖାଯିବ ନାହିଁ। ଏହାସହ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ । କୃଷି ମନ୍ତ୍ରୀ ଥିବା ବେଳେ ଶରଦ ପାୱାର ବି ସଂଶୋଧନ ଚାହିଁଥିଲେ । ରାହୁଲ ଗାନ୍ଧି ବି ପରିବର୍ତ୍ତନ ସପକ୍ଷରେ ଥିଲେ । କଂଗ୍ରେସର ଦୋମୁହାଁ ନୀତି ଧରାପଡ଼ିଯାଇଛି । ବିରୋଧ ନାଁରେ କୃଷକଙ୍କୁ ଉସ୍‌କାଯାଉଛି ବୋଲି ରବିଶଙ୍କର କହିଛନ୍ତି।