ଏଲ ଭି ପ୍ରସାଦ ଚକ୍ଷୁ ହସ୍ପିଟାଲରେ ଏମଜିଏମ ଆଡଭାନ୍ସଡ ମଲିକୁଲାର ମ୍ୟୁକୋରମାଇକୋସିସ୍ ଲାବୋରଟୋରୀ ଉଦଘାଟିତ

ଭୁବନେଶ୍ୱର, ୩/୭: ଆଜି ରାଜଧାନୀ ଭୁବନେଶ୍ବର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ  ହସ୍ପିଟାଲରେ ଏମଜିଏମ ଆଡଭାନ୍ସଡ ମଲିକୁଲାର ମ୍ୟୁକୋରମାଇକୋସିସ୍ ଲାବୋରଟୋରୀର ଉଦଘାଟନ ହୋଇଯାଇଛି। ଏହି ଲାବୋରେଟୋରୀକୁ ଏମଜିଏମ ଫାଉଣ୍ଡେସନର ନିର୍ଦ୍ଦେଶିକା ସବିତା ମହାନ୍ତି ଉଦଘାଟନ କରିଛନ୍ତି। ସେଠାରେ ତାଙ୍କ ସହ ଅନ୍ୟତମ ନିର୍ଦେଶକ ପଙ୍କଜ ଲୋଚନ ମହାନ୍ତି ଓ ପଦ୍ମ ଲୋଚନ ମହାନ୍ତି,  ଡା ଶ୍ରୀକାନ୍ତ କେ ସାହୁ ଓ ସେହି ହସ୍ପିଟାଲର ସବୁ ଡକ୍ଟର ମାନେ ମଧ୍ୟ ଉପସ୍ଥିତି ରହିଥିଲେ। ଏହି ବାବଦକୁ ଏମଜିଏମ ଫାଉଣ୍ଡେସନ ପକ୍ଷରୁ ୧୦ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି।