ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର, ୧୯/୧୧: ଧୀରେ ଧୀରେ ରାଜ୍ୟର ସବୁ ଅଂଚଳରେ ଶୀତ ପଡିଲାଣି। ଏହାରି ମଧ୍ୟରେ ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ଓ୍ୱାର୍ଣ୍ଣିଂ କରାଯାଇଥିବା ଜିଲ୍ଲାଗୁଡ଼ିକ କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ବାଲେଶ୍ୱର। ସେହିପରି ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି ଘନକୁହୁଡ଼ି ଦେଖାଯିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।