ଆଜିଠାରୁ ଆରମ୍ଭ ହେଲା ସମେଟିଭ୍-୧ ପରୀକ୍ଷା ଖାତା ମୂଲ୍ୟାୟନ

କଟକ,୯/୧୨: ଆଜିଠୁ ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୨୫୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି। ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ପ୍ରଥମ ଦିନରେ ଖାତା ଦେଖାକୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଖାତା ଦେଖା ନେଇ ବେଶ ଉତ୍ସାହିତ ଅଛନ୍ତି। ଏଥର ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦୨୯ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ସମେଟିଭ୍-୧ ପରୀକ୍ଷା ଦେଇଥିଲେ।