ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର,୨୯/୩: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ତେଣୁ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ସାଙ୍ଗକୁ ପରୀକ୍ଷା ମଧ୍ୟ ହେଉଛି। ଏହାରିମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନା କୁ ଆସିଛି। ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ। ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ସମୟରେ ପରିବର୍ତ୍ତନ ପାଇଁ CHSE କୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ହେବ । ଏହାସହ ସିସିଟିଭି ମନିଟରିଂରେ ସବୁ ପରୀକ୍ଷା ହେବ।