ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର, ୮/୩: ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛି ବିଭାଗ । ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ । ପୌର ନିର୍ବାଚନରେ କଲେଜ ଗୁଡିକରେ ବୁଥ୍ ହେଉଥିବାରୁ ପରୀକ୍ଷା ବନ୍ଦ ରହିବ । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ଏହି ସମୟରେ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।