ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି, ମତଦାନରେ ବିଳମ୍ବ

ଭୁବନେଶ୍ୱର,୧୩/୦୬: ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହାରିମଧ୍ୟରେ ବିଭିନ୍ନ ସ୍ଥାନରେ ଇଭିଏମ ମେସିନରେ ତ୍ରୁଟି ଦେଖାଦେଇଛି। କୋରାପୁଟରେ ଇଭିଏମ ତ୍ରୁଟି । ମେସିନ୍ ଅଚଳ ଯୋଗୁଁ ଅନେକ ଲୋକ ଲାଇନରେ ଛିଡା ହୋଇଛନ୍ତି । କଳାହାଣ୍ଡି, ଭବାନୀପାଟଣା ୧୦୪, ୧୦୫ ଓ ୧୦୬ ନମ୍ବର ବୁଥରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ । ସେପଟେ ମାଲକାନଗିରି କୁମୁଟିଗୁଡା ୮୫ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ । ମତଦାନ ପାଇଁ ଅପେକ୍ଷା କରିଛନ୍ତି ଭୋଟର । ସେହିପରି ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି ।