ପ୍ରତି ଶନିବାର ସଂଗ୍ରହ ହେବ ବୈଦ୍ୟୁତିକ ବର୍ଜ୍ୟ

ଭୁବନେଶ୍ୱର, ୧୭/୯: ସହରାଞ୍ଚଳରେ ବୈଦ୍ୟୁତିକ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥିତ ହୋଇଛି। ଏହି ବ୍ୟବସ୍ଥାର ସଦୁପଯୋଗ କରିବାକୁ ସହରବାସୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ବ୍ୟବସ୍ଥାର ସଦୁପଯୋଗ କରି ଇ-ବର୍ଜ୍ୟ ଭଳି ବିଷାକ୍ତ ପ୍ରଦୂଷଣରୁ ମୁକ୍ତ କରିବାକୁ  ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ରାଜ୍ୟର ୧୪୪ଟି ସହରାଞ୍ଚଳରେ ପ୍ରତି ଶନିବାର ବୈଦ୍ୟୁତିକ ବର୍ଜ୍ୟ ସଂଗ୍ରହ ହେବ ବୋଲି ସୂଚନା ମିଳିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଇ-ବର୍ଜ୍ୟ ଏବଂ ଅନ୍ୟ ବିପଦପୂର୍ଣ୍ଣ ବର୍ଜ୍ୟ ଏଣେତେଣେ ପକାଇଲେ ମାଟି ଓ ପାଣି ବିଷାକ୍ତ ହୁଏ ।