ଟି-୨୦ ବିଶ୍ଵକପ : ୫ ୱିକେଟ୍‌ରେ ବିଜୟୀ ହୋଇ ଇଂଲଣ୍ଡ ଚାମ୍ପିଅନ୍‌

ମେଲବର୍ଣ୍ଣ,୧୩/୧୧: ଟି-୨୦ ବିଶ୍ଵକପରେ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍‌ ହରାଇ ୧୩୮ ରନ୍‌ କରିଛି। ଏଥି ସହିତ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି। ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି । ସୂଚନାଯୋଗ୍ୟ ଯେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପରେ ପାକିସ୍ତାନ ବ୍ୟାଟିଂ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ‌ହରାଇ ୧୩୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡକୁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।