ଟି -୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ

ନୂଆଦିଲ୍ଲୀ,୧୦/୧୧:ଟି -୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ । ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୧୬ ଓଭରରେ ଦଳ ବିନା କୌଣସି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।  ମେଲବୋର୍ଣ୍ଣରେ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ । ୧୬୯ରନ ବିଜୟ ଲକ୍ଷ୍ୟକୁ ୧୬ ଓଭରରେ ହାସଲ କରିଛି ଇଂଲଣ୍ଡ ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଥିଲା । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି ।