ଆରପାରିରେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ଭୁବନେଶ୍ୱର,୨୦/୧୧:  ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଆଜି ପରଲୋକ ଘଟିଛି। ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନେକ ଚେଷ୍ଟା ପରେ ବି ଡାକ୍ତରୀ ଟିମ୍ ତାଙ୍କ ଜୀବନ ବଞ୍ଚାଇପାରିନଥିଲେ । ଫଳରେ ୨୪ ବର୍ଷରେ ଅକାଳରେ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି ।ନଭେମ୍ବର ୧୫ ତାରିଖରେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ମଲ୍ଟିିପଲ କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ହୃଦଘାତ ହେବା ପୂର୍ବରୁ ତାଙ୍କର ବ୍ରେନ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସାରେ ରଖାଯାଇଥିଲା ।ତାଙ୍କର କାର୍ଡିଓପଲମୋନୋରୀ ମଧ୍ୟ କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ହୋଇନଥିଲା । ଶେଷରେ ଆଜି ତାଙ୍କର ପରଲୋକ ହୋଇଛି ।