ପୁରୀରେ ଅପରାଧୀକୁ ଏନକାଉଣ୍ଟର

ପୁରୀ,୨୪/୦୮: ପୁରୀରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ ହୋଇଛି। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଦିନ ଦିପହରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ପିନୁ । ଜବାବରେ ପୋଲିସ ଗୁଳିମାଡ କରିଥିଲା । ଅପରାଧୀ ପିନୁର ବାମ ଗୋଡରେ ବାଜିଛି ଗୁଳି । ତା ନାଁରେ ୧୧ରୁ ଅଧିକ ଅପରାଧିକ ମାମଲା ରହିଛି । ଏହାସହ ତାଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି ପୋଲିସ ।