ଟ୍ୱିଟରର ସିଇଓ ପଦ ଛାଡିବେ ଏଲନ୍ ମସ୍କ

ନୂଆଦିଲ୍ଲୀ,୧୨/୫: ଟ୍ୱିଟରର ସିଇଓ ପଦ ଛାଡିବେ ଏଲନ୍ ମସ୍କ । ଏଥିପାଇଁ ସେ ଅନ୍ୟଜଣେ ନୂଆ ସିଇଓଙ୍କୁ ବାଛି ସାରିଛନ୍ତି । ଲିଣ୍ଡା ୟାକାରିନୋଙ୍କୁ ମିଳିବ ଦାୟିତ୍ୱ । ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ନିଜେ ଏଲନ୍ ମସ୍କ ।ଜଣେ ମହିଳାଙ୍କୁ କମ୍ପାନୀର ସିଇଓ ପଦ ଦେବା ନେଇ ସେ ବେଶ୍ ଖୁସି ଅଛନ୍ତି ବୋଲି ଏଲନ୍ ଟ୍ୱିଟ କରି ଜଣାଇଛନ୍ତି । ତେବେ ସିଇଓ ପଦ ଛାଡିବା ପରେ ଏଲନ୍ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ମୁଖ୍ୟ ପ୍ରଦ୍ୟୋଗ ଅଧିକାରୀ ରହିବ ବୋଲି କହିଛନ୍ତି ।