ପୁଣି ଥରେ ଟ୍ୱିଟ କରି ଚର୍ଚ୍ଚାରେ ଏଲନ ମସ୍କ : ଛଟେଇ ପ୍ରକ୍ରିୟା ଶେଷ, ଏବେ କରାଯିବ ନିଯୁକ୍ତି

ନୂଆଦିଲ୍ଲୀ,୨୩/୧୧: ଏଲଏନ ମସ୍କ ପୁଣି ଥରେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ । ମସ୍କଙ୍କ ଏଇ ଟୁଇଟ୍ ପରେ ଚାରିଆଡୁ ତାଙ୍କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । ସେପଟେ ଟୁଇଟରରେ ଛଟେଇ ପ୍ରକିୟା ଶେଷ ହୋଇଛି ଏବେ କେବଳ ନିଯୁକ୍ତି କରାଯିବ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମସ୍କ । ରିପୋର୍ଟ ମୁତାବିକ ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି । ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅକ୍ଟୋବରରେ ୭ହଜାରରୁ ଅଧିକ ଲୋକଙ୍କୁ କମ୍ପାନୀ ଛଟେଇ କରିଥିଲା । ସେପଟେ ଟୁଇଟରରେ ବ୍ଲୁ ଟିକକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଏଲଏନ୍ ମସ୍କ । ଟୁଇଟରରେ ବ୍ଲୁ ଭେରିଫ୍ଲାଏଡ ରିଲଂଚ୍ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି ।