ଚଢ଼େଇ ସ୍ବାଧୀନ ହୋଇଗଲା ବୋଲି ଟୁଇଟ କଲେ ଏଲନ ମସ୍କ

ନୂଆଦିଲ୍ଲୀ,୩୦/୧୦: ଟ୍ବିଟର୍‌କୁ ପୂରାପୂରି ଭାବେ ଏଲନ ମସ୍କ କିଣିନେବା ପରେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଅନେକ ପରିବର୍ତ୍ତନ କରାଯିବ ବୋଲି ବ୍ୟବହାରକାରୀ ଆଶା ରଖିଛନ୍ତି। ଅନ୍ୟ ସବୁ କ’ଣ ବଦଳିବ ତାହା ତ ଆଗକୁ ଜଣାପଡ଼ିବ। ମାତ୍ର ଅନୁମାନ କରାଯାଉଛି ‌ଯେ ଟ୍ବିଟର୍‌ର ସେହି ନିଳ ଚଢ଼େଇକୁ ଆଉ ଦେଖିବାକୁ ମିଳିବନି। କାରଣ ଟ୍ବିଟର୍‌ ମାଲିକ ମସ୍କ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଚଢ଼େଇ ସ୍ବାଧୀନ ହୋଇଗଲା’। ମସ୍କଙ୍କର ଏହି ଟ୍ବିଟ୍‌ ଏବେ ଟ୍ବିଟ୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଟ୍ବିଟର୍‌ରେ ଏବେ ହ୍ୟାସ୍‌ ଟ୍ୟାଗ୍‌ ରିମୁଭ୍‌ ଅଲ୍‌ ବ୍ଲୁ ଟିକ୍‌ ଟ୍ରେଣ୍ଡ୍‌ ହେଉଛି।