ହାତୀ ମୃତ୍ୟୁ ନେଇ PCCF ଶଶୀ ପଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୨/୨: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ନେଇ PCCF ଶଶୀ ପଲଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନାଳ ପାଣି ପିଇ ହାତୀ ମରିଥିବା ସନ୍ଦେହ ହେଉଛି । ନାଳ ପାଣିର ବ୍ୟାକ୍ଟେରିଆରୁ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ ମଧ୍ୟ କରାଯାଉଛି। ହାତୀ ଶରୀରରେ ସେପଟିସେମିଆ ଦେଖାଦେଇଛି ।ଗାଈ ଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନ ପଶିବାକୁ ବନବିଭାଗ ସଜାଗ ରହିବାକୁ କୁହାଯାଇଛି । ଏହାସହ ସମ୍ପୃକ୍ତ ଅଞ୍ଚଳରେ ଥିବା ଜଳାଶୟକୁ ବିଶୋଧନ କରାଯାଉଛି । ଅନ୍ୟପଟେ ନିକଟସ୍ତ୍ଥ ଗ୍ରାମର ଗାଈଗୋରୁଙ୍କୁ ଟିକାକରଣ କରାଯାଉଛି।