ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ: ପାୱାର ସିଷ୍ଟମ ଫେଲ୍, ବିଦ୍ୟୁତ୍ ଯୋଗାଣ ବ୍ୟାହତ

ନୂଆଦିଲ୍ଲୀ,୨୪/୧: ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଭୟଙ୍କର ଅର୍ଥନୈତିକ ସଙ୍କଟ ଓ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ ସଙ୍କଟ ଦେଖାଦେଇଛି । ଦେଶରେ ପାୱାର ସିଷ୍ଟମ ଫେଲ୍ ମାରିବା ଫଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ଇସଲାମବାଦ, ଲାହୋର, କରାଚି ଭଳି ବଡ ବଡ ସହରରେ ଏହି ସମସ୍ୟା ଉପୁଜିଛି । କେବଳ ସେତିକି ନୁହେଁ କ୍ୱେଟା ସମେତ ବାଲୁଚିସ୍ତାନର ୨୨ ଜିଲ୍ଲାରେ ବି ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ବିଦ୍ୟୁତ୍ ସରବରାହ ଠପ୍ ହୋଇଥିବା ଯୋଗୁଁ ମେଟ୍ରୋ ସେବା ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ସେହିପରି ଇସଲାମବାଦର ବିଦ୍ୟୁତ୍ ଯୋଗାଣ କମ୍ପାନୀର ୧୧୭ଟି ଗ୍ରୀଡ ଯୋଗାଣ ବ୍ୟାହତ ହୋଇ ସମଗ୍ର ସହରକୁ ଅନ୍ଧାରରେ ବୁଡାଇଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ପାୱାର ସେଭିଂ କରିବାକୁ ଅନୁରୋଧ କରାଯାଇଛି ।