୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ

ଭୁବନେଶ୍ୱର,୨୪/୦୩:ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିଛି । ସେପଟେ ୨ କିଲୋୱାଟ ଯାଏଁ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ କରାଯାଇଛି । ମାସିକ ୫୦ ୟୁନିଟ୍‌ ଯାଏଁ- ୨ଟଙ୍କା ୯୦ ପଇସା ଥିବା ବେଳେ ୫୦ରୁ ୨୦୦ ୟୁନିଟ୍‌- ୪ଟଙ୍କା ୭୦ ପଇସା ରହିଛି। ସେହିପରି ୨୦୦ରୁ ୪୦୦ ୟୁନିଟ୍‌- ୫ଟଙ୍କା ୭୦ ପଇସା ଥିବା ବେଳେ ୪୦୦ ୟୁନିଟ୍‌ରୁ ଅଧିକ- ୬ଟଙ୍କା ୧୦ ପଇସା ରହିଛି। ଏହି ହିସାବରେ ବିଜୁଳି ବିଲ୍‌ ଦେବାକୁ ପଡ଼ିବ । ଏହାବାଦ ଅତିରିକ୍ତ ରିହାତି ଘୋଷଣା କରିଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

Leave a Reply

Your email address will not be published. Required fields are marked *