ଦିଲ୍ଲୀରେ ପୁଣି ମାଗଣା ବିଜୁଳି ସେବାକୁ ଏକ ବର୍ଷ ଯାଏଁ ବୃଦ୍ଧି କଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ,୫/୪: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀରେ ପୁଣି ମାଗଣା ବିଜୁଳି ସେବାକୁ ଏକ ବର୍ଷ ଯାଏଁ ବୃଦ୍ଧି କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀବାସିଙ୍କ ପାଇଁ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି ସେବା ଜାରି ରହିବ । ୨୦୧ରୁ ୪୦୦ ୟୁନିଟ୍ ବ୍ୟବହାର କରୁଥିବା ଲୋକଙ୍କୁ ୫୦ ପ୍ରତିଶତ ସବସିଡି ମିଳିବ । ତେବେ ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କ କହିବା ଅନୁସାରେ, ମାସିକ ବିଜୁଳି ବିଲ୍ ସବସିଡିକୁ ବନ୍ଦ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି । ଅନ୍ୟପଟେ ବିଜେପିକୁ କାଉଣ୍ଟର କରି କେଜ୍ରିୱାଲ ଜନସାଧାରଣଙ୍କୁ କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଅଛି ସେପର୍ଯ୍ୟନ୍ତ କେହିବି କୌଣସି ସମସ୍ୟା ଭୋଗିବେ ନାହିଁ ।ଉଲ୍ଲେଖ ଯୋଗ୍ୟ ଯେ ୨୦୧୯ରୁ କେଜ୍ରିୱାଲ ସରକାର ମାଗଣା ବିଜୁଳି ସେବା ଆରମ୍ଭ କରିଥିଲେ ।