ଦେଶ ଓ ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ, ମତଦାନ ସାବ୍ୟସ୍ତ କଲେ ହେଭିୱେଟ୍ ନେତା

ଭୁବନେଶ୍ୱର,୧/୦୬:  ଆଜି ଦେଶରେ , ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ ରାଜ୍ୟର ହେଭିୱେଟ୍ ନେତା ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନିର୍ବାଚନ କ୍ଷେତ୍ରରୁ ଭୋଟ ଦେଇଥିବାବେଳେ ଜେପି ନଡ୍ଡା ମଧ୍ୟ ସପରିବାର ଯାଇ ଭୋଟ ଦେଇଛନ୍ତି । ଉତ୍ତରପ୍ରଦେଶ ମୁୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୋଟ ଦେଇଛନ୍ତି । ରାଜ୍ୟରେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ବିଜେଡି ସାଂସଦ ପାର୍ଥୀ ଲେଖାଶ୍ରୀ ବୁଥକୁ ଯାଇ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ସେପରି ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ବିଞ୍ଝାରପୁର ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲ୍ଲିକ, ବସ୍ତା ବିଧାୟିକା ପ୍ରାର୍ଥୀ ସୁଭାସିନି ଜେନା, କାକଟପୁର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ତାଙ୍କ ପରିବାର ସହ ଯାଇ ଭୋଟ ଦେଇଛନ୍ତି । ସେହିଭଳି ନିମାପଡା ବିଜେପି ବିଧାୟିକା ପ୍ରଭାତି ପରିଡା, ସମ୍ବଲପୁର ବିଜେଡି ଲୋକସଭା ପ୍ରାଥୀୟ ପ୍ରଣବ ପ୍ରକାଶ ଦାସ ଯାଜପୁର କୋରେଇ ଯାଇ ନିଜ ମତଦାନ କରିଛନ୍ତି । ପ୍ରତାପ ଦେବ ମଧ୍ୟ ମତଦାନ କରିଛନ୍ତି ।