ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ୍ ଦେଉଛନ୍ତି ଜନତା

ଭୁବନେଶ୍ୱର,୨୦/୦୫: ଭୋଟ୍ ଦେଉଛି ଓଡିଶା । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ନେତା ବାଛିବେ ଜନତା । ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ରରେ ୭୯ ହଜାରରୁ ଅଧିକ ମତଦାତା ସେମାନଙ୍କର ପସନ୍ଦର ନେତା ବାଛିବେ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୩୦୫ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା । ଏଥର ସେହି ଧାରା ବଜାୟ ରହିବ ନା କିଏ ବାଜି ମାରିନେବ ।

ସେହିଭଳି ସାରା ଦେଶରେ ଆଜି ପଂଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟରେ ୪୯ ଲୋକସଭା ଆସନରେ ସକାଳ ୭ରୁ ପଡିବ ଭୋଟ୍ । ୯ କେନ୍ଦ୍ରମନ୍ତ୍ରୀଙ୍କର ହେବ ଭାଗ୍ୟ ପରୀକ୍ଷା । ଫୋକସରେ ୟୁୁପିର ଲକ୍ଷ୍ନୌ, ରାୟବରେଲି ସମେତ ଆମେଠି ସଂସଦୀୟ କ୍ଷେତ୍ର ରହିଛି ।