କୋଟିଆରେ ସମସ୍ତ ୧୩ଟି ୱାର୍ଡରେ ହେବ ନିର୍ବାଚନ

ଭୁବନେଶ୍ୱର,୧୫/୧: କୋରାପୁଟ କୋଟିଆରେ ସମସ୍ତ ୧୩ଟି ୱାର୍ଡରେ ନିର୍ବାଚନ ହେବା ନେଇ ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ ହେବ। ଯଦି କୌଣସି ବ୍ୟକ୍ତି ନିର୍ବାଚନରେ ବାଧା ଦେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଗତ ୫ ବର୍ଷରେ ନକ୍ସଲ ଗତିବିଧି କମିଛି। ତେଣୁ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ସାଧାରଣ ବୁଥ ଭାବେ ପରିଗଣିତ ହେବ। ଏନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖ୍‌ତର ସୂଚନା ଦେଇଛନ୍ତି।