ଅପେକ୍ଷାର ଅନ୍ତ, ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ପଡିବ ଭୋଟ

ଭୁବନେଶ୍ୱର, ୧୬/୦୮: ବହୁ ପ୍ରତିକ୍ଷାର ଘଟିଲା ଅନ୍ତ ଜାମ୍ମୁକାଶ୍ମୀର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ତେବେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଜାମ୍ମୁକାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଜାମ୍ମୁକାଶ୍ମୀରରେ ପ୍ରଥମେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ସେପ୍ଟେମ୍ବର ୧୯ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ଅକ୍ଟୋବର ୪ ତାରିଖରେ ଭୋଟ୍ ଗଣତି ହେଇ ରେଜଲ୍ଟ ପ୍ରକାଶ ପାଇବ । ଅନ୍ୟପଟେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ କରାଯାଇ ଅକ୍ଟୋବର ୪ରେ ରେଜଲ୍ଟ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ସେଠାରେ ନିର୍ବାଚନ ହେଇଥିଲା ।

ଏଥର ଜମ୍ମୁ-କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ ହେବ । ମୋଟ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେହିଭଳି ହରିଆଣାରେ ମଧ୍ୟ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ ।