ବଡ଼ ଖବର: ଆସନ୍ତା କାଲି ଘୋଷଣା ହେବ ୨୦୨୪ ନିର୍ବାଚନ ପାଇଁ ତାରିଖ

ଭୁବନେଶ୍ୱର,୧୫/୦୩: ଆସନ୍ତା କାଲି ୨୦୨୪ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ଆସନ୍ତାକାଲି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକସଭା ନିର୍ବାଚନ ୨୦୨୪ ଓ କିଛି ରାଜ୍ୟ ବିଧାନସଭା ନିର୍ବାଚନ ର କାର୍ୟ୍ୟସୂଚୀ ଘୋଷଣା କରିବେ। ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ ।