ଭୁବନେଶ୍ୱର,୪/୧୧:ବଦଳିଲା ୩ ରାଜ୍ୟର ୧୪ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ। ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ, ପଞ୍ଜାବ ଓ କେରଳ ବିଧାନସଭା ଉପନିର୍ବାଚନ ତାରିଖକୁ ନଭେମ୍ବର ୧୩ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏବେ ଉତ୍ତରପ୍ରଦେଶର ୯ଟି, ପଞ୍ଜାବର ୪ଟି ଏବଂ କେରଳର ଗୋଟିଏ ଆସନରେ ମତଦାନ ୨୦ ତାରିଖରେ ହେବ।
କଂଗ୍ରେସ, ଭାରତୀୟ ଜନତା ପାର୍ଟି (ବିଜେପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ସମେତ ବିଭିନ୍ନ ଦଳ କେତେକ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ପୁନଃନିର୍ଦ୍ଧାରଣ କରିବାକୁ ଆୟୋଗଙ୍କୁ ଅନୁରୋଧ କରିଥିଲେ । ସେମାନେ କହିଥିଲେ ଯେ ନଭେମ୍ବର ୧୩ରେ ନିର୍ବାଚନ ଆୟୋଜନ କଲେ ମତଦାନ ପ୍ରତିଶତ ପ୍ରଭାବିତ ହୋଇପାରେ।