ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବଙ୍କୁ ମିଳିବ ଜେଡ୍ କାଟାଗୋରୀ ସୁରକ୍ଷା

ଭୁବନେଶ୍ୱର,୯/୦୩: ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଏବେଠାରୁ ଜେଡ୍ କାଟାଗୋରୀ ସୁରକ୍ଷା ମିଳିବ । କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଇବି ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ଜେଡ୍ କାଟାଗୋରୀ ସୁରକ୍ଷା ପ୍ରୋଟୋକଲ ମୁତାବକ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ସିଆରପିଏଫ କମାଣ୍ଡୋ ସମେତ ମୋଟ ୩୩ ସୁରକ୍ଷା କର୍ମୀ ନିୟୋଜିତ ହେବେ । ଏଥିରେ ରାଜୀବ କୁମାରଙ୍କ ବାସଭବନ ନିକଟରେ ୧୦ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ୨୪ ଘଂଟିଆ ସୁରକ୍ଷା ପ୍ରଦାନ କରିବେ । ସୂତ୍ର ସୂଚନା ମୁତାବକ ରାଜୀବ କୁମାରଙ୍କୁ ସୁରକ୍ଷା ବୃଦ୍ଧି କରିବା ଉପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଏହାପରେ ତୃଣମୂଳ କଂଗ୍ରେସ ପାର୍ଟି ତରଫରୁ ବାରମ୍ବାର ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରଦର୍ଶନ କରୁଥିବାରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।