ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡ଼ି ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ କେତେ?

ଭୁବନେଶ୍ୱର, ୧୫/୨: ରାଜ୍ୟରେ ଏବେ ନିର୍ବାଚନ ପାଇଁ  ରାଜନୈତିକ ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ  ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡ଼ି ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। କର୍ପୋରେଟର ପ୍ରାର୍ଥୀ ୩ ଓ ୪ ଚକିଆ ଗାଡ଼ି ସର୍ବାଧିକ ୨ଟି ବ୍ୟବହାର କରିପାରିବେ।ପୌରାଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୪ଟି ଗାଡ଼ି ବ୍ୟବହାର କରିପାରିବେ। ମେୟର ପ୍ରାର୍ଥୀ ସର୍ବାଧିକ ୬ଟି ଗାଡ଼ି ବ୍ୟବହାର କରିପାରିବେ କିନ୍ତୁ ଗାଡ଼ି ବ୍ୟବହାର ପୂର୍ବରୁ ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କୁ ପ୍ରାର୍ଥୀ ଜଣାଇବେ। ୫୦ ହଜାର ଲୋକ ଥିବା ପୌରସଂସ୍ଥାରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୦ ହଜାର ରହିବ । କର୍ପୋରେଟର ପ୍ରାର୍ଥୀ ମଧ୍ୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ । ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା, ୫୦ ହଜାରରୁ ଅଧିକ ଲୋକ ଥିବା ପୌରସଂସ୍ଥାରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୫ ହଜାର, ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ସୂଚନା ମିଳିଛି।