ନୂଆଦିଲ୍ଲୀ,୧୬/୦୩: ଆଗକୁ ଅଛି ଲୋକସଭା, ବିଧାନସଭା ନିର୍ବାଚନ। ଆଉ ଏଥି ପାଇଁ ନିର୍ବାଚନ କମିସନର ପ୍ରେସମିଟ କରିଛନ୍ତି। ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କଲେ ନିର୍ବାଚନ କମିସନ । କହିଲେ, ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ନିର୍ବାଚନ ଏକ ପର୍ବ ଦେଶ ପାଇଁ ଗର୍ବ । ୫୫ ଲକ୍ଷ ଇଭିଏମ ବ୍ୟବସ୍ଥା ଅଛି । ଦେଶରେ ୧୦.୫ ଲକ୍ଷ ପୋଲିଂ ସେଣ୍ଟର ରହିଛି । ୧.୫ କୋଟି ନିର୍ବାଚନ ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ସମସ୍ତ ବୁଥରେ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।ଦେଶରେ ମୋଟ ୯୬.୮ କୋଟି ପଞ୍ଜିକୃତ ଭୋଟର । ସେମାନଙ୍କ ମଧ୍ୟରେ ମହିଳା ଭୋଟର ୪୭.୧ କୋଟି, ପୁରୁଷ ଭୋଟର ୪୯.୭ କୋଟି, ଶତାୟୁ ଭୋଟର ୨.୧୮ କୋଟି, ପ୍ରଥମ ଥର ଭୋଟ ଦେବେ ୧.୮ କୋଟି, ନୂଆ ଭୋଟର ୧୯.୭୪ କୋଟି, ୮୫ ବର୍ଷରୁ ଅଧିକ ଭୋଟର ସଂଖ୍ୟା ୮୨ ଲକ୍ଷ, ୧୮ ବର୍ଷରୁ ୧୯ ବର୍ଷିୟ ମହିଳା ଭୋଟର ୮୫.୩ ଲକ୍ଷ । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରେ ରହି ଭୋଟ ଦେଇପାରିବେ । ଗୋଟିଏ ଭୋଟର ବାକି ରହିଗଲେ ବି ଘରକୁ ଯାଇ ଭୋଟ ସଂଗ୍ରହ କରିବୁ ।
ଏଥିରେ ସେ ଦେଶରେ ଥିବା ଦିବ୍ୟାଙ୍ଗ ଓ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହି ବର୍ଗର ଭୋଟରମାନେ ଘରେ ରହି ଭୋଟ ଦେଇପାରିବେ । ଏନେଇ ନିର୍ବାଚନ ପରିଚାଳକଙ୍କ ତରଫରୁ ସେମାନଙ୍କ ନିକଟକୁ ଫର୍ମ ପଠାଯିବ । ଏହାଦ୍ୱାରା ସେମାନେ ପୋଲିଂ ଷ୍ଟେସନକୁ ନ ଆସି ଘରେ ରହି ଭୋଟ ଦେଇପାରିବେ । ଯଦି ଏହି ବର୍ଗର କୌଣସି ଭୋଟର ପୋଲିଂ ବୁଥକୁ ଆସନ୍ତି ତେବେ ପୋଲିଂ ବୁଥରେ ଥିବା ସହାୟକମାନଙ୍କ ସହାୟତାରେ ସେମାନେ ଭୋଟ ଦେଇପାରିବେ ।